You are currently viewing ଆଜି ଅନୁଷ୍ଠିତ ହେବ ଠାକୁରଙ୍କ ବନକଲାଗି ନୀତି

ଆଜି ଅନୁଷ୍ଠିତ ହେବ ଠାକୁରଙ୍କ ବନକଲାଗି ନୀତି

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୨୭/୦୬, ସୁସ୍ଥ ହେଲେ ଶ୍ରୀଜିଉ । ରାଜ ବୈଦ୍ୟଙ୍କ ଉପଚାର ପରେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଶ୍ରୀମନ୍ଦିରେ ବନକଲାଗି ନୀତି ଅନୁଷ୍ଠିତ ହେବା ସହ ଖଡି ପ୍ରସାଦ ମଧ୍ୟ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦକୁ ଦଇତାପତି ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜଙ୍କୁ ଅର୍ପଣ କରିବେ । ଏହାପରେ ହିଙ୍ଗୁଳ, ହରିତାଳ. କେଶର,କସ୍ତୁରି,ଧଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।