ANS NEWS SUPERFAST [email protected]
୧. ଇଡି ଏବଂ ସିବିଆଇର ଦୂରପଯୋଗ ନେଇ ୧୪ ବିରୋଧୀ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ଚଢାଉ ଓ ଗିରଫ ଗାଇଡଲାଇନ ଦାବି କରାଯାଇଛି । ଏହି ମାମଲା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟଳୟ ଏପ୍ରିଲ ୫ ତାରିଖ ଧାର୍ଯ୍ୟ କରିଛନ୍ତି ।
୨.କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଷ୍ଟେଜ୍-୨ ଘାତକ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ନବଜୋତ କୌର ସିଦ୍ଧୁ ନିଜେ ଟ୍ଵିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କୁ ଷ୍ଟେଜ୍-୨ କର୍କଟ ହୋଇଛି।
୩. ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସ ଡାକିଲା ଜରୁରୀ ବୈଠକ । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସଂଧ୍ୟା ୫ଟାରେ ବୈଠକ ବସିବ । ଏଥିପାଇଁ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, CLP ନେତାଙ୍କୁ ଡାକରା ହୋଇଛି। ଏହି ବୈଠକର ଅଧ୍ୟକ୍ଷତା ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କରିବେ। ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶର ସମୀକ୍ଷା ହୋଇପାରେ ବୋଲି ଜଣାପଡ଼ିଛି।
୪. ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ବନ୍ୟା । ପ୍ରବଳ ବନ୍ୟାରେ ଭାସୁଛି କାଲିଫର୍ଣ୍ଣିଆ । ପାଣିରେ ଭାସୁଛି ଶହଶହ ଗାଡ଼ି ମୋଟର । ରାସ୍ତାରେ ଉପରେ ବନ୍ୟା ପାଣି । ଏଭଳି ସ୍ଥିତି ଉପୁଜିଛି ଯେ, ରାସ୍ତାରେ ଚାଲୁଛି ଡଙ୍ଗା । ଉପୁଡ଼ି ପଡ଼ିଛି ବଡ଼ବଡ଼ ଗଛ । ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୨ ଜଣ ପ୍ରାଣ ହରାଇଛନ୍ତି ।
୫. ବେଜିଂରେ ଧୂଳିଝଡ଼, ବାୟୁମଣ୍ଡଳ ଅଶାନ୍ତ । ଚୀନ ରାଜଧାନୀ ବେଜିଂରେ ପ୍ରବଳ ଧୂଳିଝଡ଼ ପରିବେଶକୁ ଅଶାନ୍ତ କରିଦେଇଛି । ଏହା ଏମାସର ତୃତୀୟ ଧୂଳିଝଡ଼ । ଛୋଟବଡ଼ ଧୂଳିକଣା ବାୟୁମଣ୍ଡଳରେ ଉଡ଼ି ବୁଲି ଅଣନିଶ୍ୱାସୀ ଅବସ୍ଥା ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ କବାଟ ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।
୬. ଆଜେକ୍ସ-ଏକ୍ସପୋଜ-ହ୍ଵାଟସ୍ ଆପ୍ ଗ୍ରୁପ । ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ନୂଆ ସୁରାକ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍ ଆପ୍ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍ ଆପ୍ ଗ୍ରୁପ । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ । ଆଜେକ୍ସଙ୍କୁ ନେଇ ଅସଲ ମୁଖା ଖୋଲିବାକୁ ତିନି ଯୁବତୀ ଏକ ହୋଇଥିଲେ । ତିନି ଯୁବତୀ ଏକାଠି ହୋଇ ଖୋଲିଥିଲେ ହ୍ାଟ୍ସଆପ ଗ୍ରୁପ । ତିନି ଜଣଙ୍କୁ କିଭଳି ଆଜେକ୍ସ ପ୍ରେମ ଜାଲରେ ଫସାଇ ଥିଲେ ସେନେଇ ହ୍ଵାଟ୍ସଆପ ଗ୍ରୁପରେ କଥା ହେଉଥିଲେ ।
୭. ଦେଶରେ ଚିନ୍ତା ବଢାଉଛି କୋଭିଡ ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୭ ଜଣ ନୂଆ କୋଭିଡି ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ ପଜିଟିଭ୍ ସଂଖ୍ୟା ୭୩ ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫,୬୪୭ ନମୁନା ପରୀକ୍ଷା କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି।
୮. ଯାଜପୁର ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁରବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଜଣେ ସ୍ଥାନୀୟ ଜଣେ ଆଦିବାସୀ ମହିଳା ନିଖୋଜ ହୋଇଥିବା ଜଣାପଡିଛି । ଶୌଚ ହେବାକୁ ଆସି ଏମିତି କରିଛନ୍ତି ମହିଳା ଜଣଙ୍କ ।
୯. ଜଙ୍ଗଲ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଏମଭି ୭ ନୀଳଗିରି ଜଙ୍ଗଲରେ। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ।
୧୦. ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ। ସରଗୁଲରୁ ଧୂମାଭଟା ବାହାଘର ସାରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ବାଇକରେ ଥିବା ତିନିଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି।