You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଲଦାଖର ଗଲୱାନ ଘାଟିରେ ଆଲର୍ଟ ଭାରତୀୟ ସେନା । ଏଲଏସିରେ ସେନା ବଢାଇଛି ଗତିବିଧି । ବାସ୍ତବିକ ନିୟନ୍ତ୍ରଣ ରେଖାର ଆଖପାଖ ଅଞ୍ଚଳରେ କଡା ପଇଁତରା ମାରୁଛନ୍ତି ଯବାନ ।
୨. ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟସ୍ ଫାଉଣ୍ଡେସନ ଇଣ୍ଡିଆର ଚେୟାରପର୍ସନ ବିଲ ଗେଟସ ସ୍ମୃତି ଇରାନୀଙ୍କ ଖେଚୁଡି ରାନ୍ଧୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ମୁମ୍ବାଇଈରେ ଅନୁଷ୍ଠିତ ଏକ ଇଭେଣ୍ଟରେ ବିଲ ଗେଟ ଆସିଥିଲେ । ଏବଂ ସେଠାରେ ‘ନରିସମେଣ୍ଟ କ୍ୟାମ୍ପେନ’ରେ ଅଂଶ ଗ୍ରହଣ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
୩. ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ଫେରାର ହୋଇଗଲା, ଆଉ ପ୍ରତିଶୋଧ ନେବା ପାଇଁ ସ୍ୱାମୀ ଆପଣାଇଛନ୍ତି ଅଜବ ତରିକା । ପତ୍ନୀ ଯେଉଁ ଯୁବକଙ୍କ ସହିତ ଫେରାର ହୋଇଥିଲେ ତାଙ୍କ ପତ୍ନୀକୁ ବିବାହ କରିଛନ୍ତି ଫେରାର ହୋଇଥିବା ମହିଳାଙ୍କ ସ୍ୱାମୀ । ଏହି ଘଟଣା ବିହାରର ଖଗାରିଆ ଜିଲ୍ଲାରେ ଦେଖିବାକୁ ମିଳିଛି ।
୪. ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଛାତିରୁ ସଫଳତା ପୂର୍ବକ କ୍ୟାନ୍ସରର କ୍ଷତକୁ ସର୍ଜରୀ କରି ହଟାଇ ଦିଆ ଯାଇଛି । ଏବେ ତାଙ୍କ ଉପରେ କୌଣସି ବିପଦ ନାହିଁ ।
୫. ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଞ୍ଚାୟତ ନନ୍ଦପାଟଣା ଛକ ନିକଟରେ ସଡକ ଦୁର୍ଘଟଣା । ଟ୍ରକ ପଛ ପଟକୁ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡାଇଭରଙ୍କ ମୃତ୍ୟୁ ହୋଇଛି ।
୬. କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳରେ ଘଟିଛି ଏକ ଲଜ୍ୟାକର ଘଟଣା । ନିଜ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା । ଅଭିଯୁକ୍ତ ୫ ମାସ ତଳେ ସ୍ତ୍ରୀ ଓ ଝିଅକୁ ନେଇ କେରଳ କାମ କରିବାକୁ ଯାଇଥିଲା । ସେଠାରେ ଏକ ମାସ ରହିବା ପରେ ଝିଅକୁ ଦୁଷ୍ମର୍ମ କରିବା କଥା ପତ୍ନୀ ଜାଣିପାରି ଘରକୁ ଚାଲି ଆସିଥିଲେ ।
୭. ବିଜୁ ଜୟନ୍ତିରେ ଆସନ୍ତାକାଲି ପଶ୍ଚିମ ଓଡିଶାର ୩ ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ କାର୍ଯ୍ୟକ୍ରମ ରହିଛି । ପ୍ରାୟ ୩ ମାସ ଭିତରେ ବରଗଡ ଜିଲ୍ଲାକୁ ଏହା ନବୀନଙ୍କ ତୃତୀୟ ବରଗଡ ଜିଲ୍ଲା ଗସ୍ତ ।
୮. ରାସ୍ତାକଡ ବ୍ରିଜରେ ପିଟିହେଲା ବାଇକ । ସ୍ୱାମର ମୃତ , ସ୍ତ୍ରୀ ଆହତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମନଗର ଠାରେ ଘଟିଛି ଏଭଳି ଘଟଣା ।
୯. ଇଷ୍ଟାଗ୍ରାମରୁ ଆରମ୍ଭ ହେଲା ପ୍ରେମ । ସୋସିଆଲ ମିଡିଆରୁ ଦୁଇ ଝିଅଙ୍କ ମଧ୍ୟରେ ପ୍ରେମ ହେବା ପରେ ସମଲିଙ୍ଗି ବିବାହ ପାଇଁ ସୁଦୁର ହରିଆନାରୁ ଓଡିଶା ପହଞ୍ଚିଲେ ଯୁବତୀ । ସୋସିଆଲ ମିଡିଆରେ ପ୍ରେମ କରିବା ସାଧାରଣ କଥା ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ଦୁଇ ଝିଅଙ୍କ ମଧ୍ୟରେ ଏକ ବର୍ଷ ହେବ ଗଢି ଉଠିଥିଲା ପ୍ରେମ ସମ୍ପର୍କ ।
୧୦. ଦିନ ଗଡୁଛି । ରହସ୍ୟ ବଢୁଛି । ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁର ଖିଅ ଖୋଜୁଛି ପୋଲିସ । ୩ ଟି ତନାଘନା କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।