You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୨୪୭ କରୋନା ପଜିଟିଭ ଚିହ୍ନଟ ଏବଂ ୧୩ ମୃତ ।
୨. ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୩ . ଆଜିଠାରୁ ପୁରୀରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି । ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
୪. ରୂପାରେ ଛାଉଣି ହେବ ଶ୍ରୀମନ୍ଦିରର ଆଠଟି ଦ୍ୱାର । ବିନିଯୋଗ ହେବ ଅଢ଼େଇ ଟନ ରୂପା, ପ୍ରସ୍ତୂୁତି ଆରମ୍ଭ ।
୫. ଖୁବ ଶୀଘ୍ର ମରାମତି ହେବ ଶ୍ରୀମନ୍ଦିରର ବାଇସି ପାହାଚ । ସ୍ଥିତି ସମୀକ୍ଷ। କରିଛନ୍ତି ୪ଜଣିଆ ଏଏସଆଇ ଟିମ୍ ।

୬. ଶେଷ ହୋଇଛି ଦଶହରା, ଧରାପୃଷ୍ଠରୁ ବିଦାୟ ନେବେ ମା ଜଗତଜନନୀ । ଦିନ ୧୦ରୁ ସନ୍ଧ୍ୟା ୬ ମଧ୍ୟରେ ଭସାଣୀ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ।
୭. ରାଜଧାନୀରେ ଦାଦାବଟି ମାଗିବା ଘଟଣାରେ ଗିରଫ ହୋଇଛନ୍ତି ୫ ସାମ୍ବାଦିକ । ସମସ୍ତ ସାମ୍ବାଦିକ ଡିଜିଟାଲ ମିଡିଆ ଓ ୱେବ ପୋର୍ଟାଲର ବୋଲି ସୂଚନା ।

୮. ପ୍ରେମ ସଂପର୍କକୁ ନେଇ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଅଞ୍ଚଳରେ ଘଟିଛି ଅଘଟଣ । ପ୍ରେମିକକୁ ପିଟିପିଟି ହତ୍ୟା କଲେ ପ୍ରେମିକାର ପରିବାର ଲୋକେ ।
୯. ଢ଼େଙ୍କାନାଳ ସଦର ଥାନା ରେଙ୍ଗାଲି କେନାଲରୁ ମିଳିଛି ମୃତଦେହ । ଶବକୁ ଉଦ୍ଦାର କରିଛି ଅଗ୍ନିଶମ ବିଭାଗ ।
୧୦. ମାଲକାନଗିରି ଓ ଆନ୍ଧ୍ରସୀମା ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିଚାଲନା । ଆହତଙ୍କ ବିଷୟରେ ନାହିଁ କୌଣସି ଖବର ।

ଅନ୍ୟମାନଙ୍କୁ ଜଣାନ୍ତୁ।