You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ ଆଜି ୯୮୬ କରୋନା ପଜିଟିଭ ଚିହ୍ନଟ ଏବଂ ୧୪ ମୃତ ।
୨. ଦଳର ଉପନିର୍ବାଚନରେ ସଫଳତାକୁ ନେଇ ତିର୍ତ୍ତୋଲ ଓ ବାଲେଶ୍ୱରର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟା ୬ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।
୩. କରୋନା ସଂକ୍ରମଣ କମୁଛି ସତ କିନ୍ତୁ ବଢ଼ାଉଛି ଚିନ୍ତା । ସୁସ୍ଥ ହେବାର ୨ ମାସ ପରେ ପୁଣି ଶରୀରକୁ ଲେଉଟୁଛି କରୋନା ।

୪. ମାଲକାନଗିରିର ଏକ ଜଙ୍ଗଲରୁ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ଜବତ ହୋଇଛି ୧୪ଗ୍ରେନେଡ, ୨ ଲ୍ୟାଣ୍ଡମାଇନ ଏବଂ ଗୁଳିବାରୁଦ ।
୫. ଅପହୃତ ହୋଇଥିବା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଘରକୁ ଫେରିଛନ୍ତି । ଏଯାଏଁ ଧରା ପଡିନାହାନ୍ତି ଅପହରଣକାରୀ ।

୬. ବୌଦ୍ଧ ଜିଲ୍ଳା ବାଉଁଣୁଣି ଥାନା ଅଞ୍ଚଳରେ ୮୦ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ । ଚଢ଼ଉ ପରେ ନଷ୍ଟ କରିଛିି ବୌଦ୍ଧ ପୋଲିସ ।
୭. ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ ପଠାଇଥିବା ପୋଲିସ ବାବୁ ଏବେ ଗଣିବେ ୫ ଲକ୍ଷ ଜରିମାନା । ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ ।
୮. ରାଜ୍ୟରେ ବାରମ୍ବାର ସାମ୍ନାକୁ ଆସୁଛି ଦୁଃଖଦ ଚିତ୍ର । ଗର୍ଭବତୀଙ୍କ ନିକଟକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ, ଖଟିଆ ସାଜୁଛି ଭରସା ।

୯. ପୋଲିସବାବୁଙ୍କୁ ମାଡ ମାରି ଥାନା ପରିସରରୁ ଚମ୍ପଟ ହୋଇଛି ଅଭିଯୁକ୍ତ । ଏଭଳି ଘଟଣା ଘଟିଛି କଟକ ସଦର ଥାନାରେ ।
୧୦. ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ମହିଳା ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ସକାଳୁ ନିତ୍ୟକର୍ମ ପାଇଁ ଯାଉଥିବା ବେଳେ ଘଟିଛି ଅଘଟଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।