You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୫ ମୃତ ।
୨. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମ୍ମଳନୀ କକ୍ଷରେ ଆଜି ୭ଜଣ ଶିଳ୍ପୀଙ୍କୁ ଲଳିତ କଳା ଏକାଡେମି ସମ୍ମାନ ପ୍ରଦାନ କରାଯାଇଛି ।
୩. କାର୍ତ୍ତିକିଆଳୀଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ମଧ୍ୟ ଷ୍ଟଲ ମଧ୍ୟରେ ଅବଢ଼ା ଖାଇବାକୁ ବାରଣ କରିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ ।

୪. ରାଜ୍ୟରେ ବାଣିଜ୍ୟିକ ମାମଲାଗୁଡ଼ିକର ଫଇସଲା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସୁପାରିସ ଓ ପରାମର୍ଶ କ୍ରମେ ରାଜ୍ୟ ସରକାର ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରିବେ ।

୫. ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରିଥିବା ବେଳେ ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ବଜାର ନିକଟସ୍ଥ ବାଣ ଗୋଦାମରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ଗୋଦାମ ମାଲିକଙ୍କୁ ଗିରଫ କରିଛି ପୋଲିସ ।
୬. ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାର ଅଞ୍ଚଳରେ ପୋଲିସ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନସୁଗରର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହାଜର ଟଙ୍କା ।
୭. ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ତିତିପ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ବଖରା ପାଉଁଶ ହେବା ସହ ୨ ଗାଈ ନିଆଁରେ ଜୀବନ୍ତ ଦଗ୍ଧ ।

୮. ଜଣେ ୭ ବର୍ଷ ନାବାଳକର ଗୁଳିରେ ଜଣେ ୬ ବର୍ଷର ନାବାଳିକା ଆହତ । ଏହି ଘଟଣା ଘଟିଛି କଟକସଦର ବ୍ଲକ୍ ପରମହଂସ ପଂଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ଜେନା ସାହିରେ ।
୯. ଯାତ୍ରା ଅଭିନେତ୍ରୀ ରାନି ପଣ୍ଡାଙ୍କୁ ନେଇ ବିବାଦ, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତା ବାପି ପଣ୍ଡା ।
୧୦. ଦୀପାବଳି ପରେ ବଢ଼ିବ ଶୀତ । ଆସନ୍ତା ରବିବାରଠାରୁ ସାରା ରାଜ୍ୟରେ ଶୀତର ଲହରୀ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ପକ୍ଷରୁ ସୂତ୍ରରୁ ପ୍ରକାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।