You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୬୦ କରୋନା ଆକ୍ରାନ୍ତ ଚିହ୍ନଟ |
୨. ଆଜି ଚୈତ୍ର-କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ, ଏଥିପାଇଁ ଅପରାହ୍ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ।
୩. ଭିମ୍‌ସାରରେ କୋଭିଡ଼ ରୋଗୀ ମୃତ୍ୟୁ ଅଭିଯୋଗ ମାମଲା, ଦୁଇ ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ,ଏହାସହ ୧୧ ପରିବାରକୁ ୫୦ ହଜାର ଲେଖାଏଁ ଦେବାକୁ ନିର୍ଦ୍ଦେଶ|
୪. ଆସନ୍ତାକାଲି ପୌର ନିର୍ବାଚନ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଓ କଲି ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ |
୫. ରାଜ୍ୟରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମଦ ବିକ୍ରି ବନ୍ଦ, ୨୬ ତାରିଖ ପରେ ଖୋଲିବ ଦୋକାନ |
୬.ହିଞ୍ଜିଳିରେ ଗୋଷ୍ଠୀ ସଂଘର୍ଷ ଲାଗି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆସିକା-ହିଞ୍ଜିଳକାଟୁ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ ।
୭. ରାଜଧାନୀରୁ ମିଳିଲା ୫ ନର କଙ୍କାଳ । ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ୫ନର କଙ୍କାଳ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ |
୮. ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ ଆଜି ଶର୍ମିଷ୍ଠାଙ୍କ କାର ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଜବତ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବେ ବି ଫେରାର ।
୯. ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଓଲଟିଲା ବସ୍, ଦୁର୍ଘଟଣାରେ ୨୦ରୁ ୨୫ ଜଣ ଆହତ |
୧୦. ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଚକାଡୁଙ୍ଗରୀ ନିକଟରେ ଦୁର୍ଘଟଣା, କାର୍‌ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ |

ଅନ୍ୟମାନଙ୍କୁ ଜଣାନ୍ତୁ।