You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୫ ମୃତ ।
୨. ଡିସେମ୍ବର ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।
୩. କରୋନା ମହାମାରୀ ସମୟରେ ବଢ଼ୁଛି ମ୍ୟାଲେରିଆ ସଂକ୍ରମଣ । ଗତବର୍ଷ ତୁଳନାରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ।
୪. ୯ ବର୍ଷର ଝିଅର ମୁହଁକୁ ଧାରୁଆ ବ୍ଲେଡ଼୍ରେ କାଟିଦେଲା ସାବତ ମାଆ। ଏଭଳି ଅମାନବୀୟ ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଗ୍ରାମରେ ।
୫. ସାମାଜିକ ପରମ୍ପରାକୁ ଭାଙ୍ଗି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁର ସହର ଝାଡ଼ୁଆପଡ଼ାର ଭାରତୀ ପଣ୍ଡା(୬୪) ।

୬. ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବଜରଗୁମା ଗ୍ରାମ ନିକଟ ଏକ ବୁଦା ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଉଦ୍ଧାର । ତଦନ୍ତ ଆରମ୍ଭ କରିଛି ସୋରଡା ପୋଲିସ ।
୭. କରୋନା ପାଇଁ କାର୍ଯ୍ୟରୁ ବାହାର ହୋଇଯିବା ପରେ । ଘର ଚଳାଇବା ଚିନ୍ତା ହେଲା କାଳ । ଆତ୍ମହତ୍ୟା କଲେ ସୂର୍ଯ୍ୟକାନ୍ତ ସ୍ୱାଇଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ ।
୮. କଟକ ଟାଙ୍ଗି ପୁଲିସ ଷ୍ଟେସନ ଅଧିନ ଦଳଯୋଡି ଜଙ୍ଗଲରୁ ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ । ଜବତ କରିଛି କ୍ରାଇମବ୍ରାଞ୍ଚ STF ।
୯. ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀ ଜୀବନ । ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ପୋଡ଼ାଡ଼ିହି ବସ୍ତିରେ । ମୃତ ମହିଳାଙ୍କ ନାଁ ସମ୍ବାରୀ ମୁଣ୍ଡା (୩୫) ।
୧୦. ତେଜିଲା ପରୀ ହତ୍ୟା ଘଟଣାର ବିବାଦ । ମନ୍ତ୍ରୀ ଅରୁର ସାହୁଙ୍କ ବାସ ଭବନ ଆଗରେ ବିଜେପି ମହିଳା ମୋର୍ଚ୍ଚାଙ୍କ ପ୍ରତିବାଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।