You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୪ ମୃତ ।
୨. ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବ ନିଷ୍ପତି ।
୩. ଆସନ୍ତା ୨୯ରେ ପାଳନ କରାଯିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ।
୪. ଆଜି ଅନୁଷ୍ଠିତ ହେଉଛି ଓକିଲ ସଂଘ ନିର୍ବାଚନ । ସାରା ରାଜ୍ୟର ବିଭିନ୍ନ ଓକିଲ ସଂଘର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟ ଗ୍ରହଣ ସକାଳ ୮ରୁ ୪ଟା ପର୍ଯ୍ୟନ୍ତ ଚାଲିବ ।
୫. ଦୀର୍ଘଦିନ ପରେ ସ୍ୱାଭିମାନ ଅଞ୍ଚରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା ।

୬. ଫ୍ୟାମିଲି ପ୍ଲାନିଂ ଅପରେସନ ଚାଲିଥିବା ବେଳେ ଚାଲିଗଲା ମହିଳାଙ୍କ ଜୀବନ । ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।
୭. କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅଞ୍ଚଳରୁ ଜବତ ହୋଇଛି ପ୍ରାୟ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ।
୮. ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଠାରେ ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ ଶଳା ଓ ଭିଣୋଇଙ୍କ ମୃତ୍ୟୁ, ୧ଗୁରୁତର ।

୯. ସ୍ଥାୟୀ ରାସ୍ତା ନ ଥିବାରୁ ବିଲ ହିଡ଼ ପାଣି କାଦୁଅ ଭିତରେ ଶଗଡ଼ରେ ବୁହା ହେଉଛନ୍ତି ରୋଗୀ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଅଞ୍ଚଳରେ ।

୧୦. ଆସନ୍ତା ୩ ଦିନ ପ୍ରବଳ କୁହୁଡି, ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।