You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୫୬ କରୋନା ପଜିଟିଭ ଚିହ୍ନଟ ଏବଂ ୩ ମୃତ ।
୨. ଶ୍ରୀମନ୍ଦିର ଚାରିପଟେ ହେବ ୨୦ ମିଟରର ବଫର ରୋଡ୍, ଜେଲ୍ ରୋଡ୍, ବାସେଳିସାହି ଥାନା ପାଖରେ ହେବ ଯାତ୍ରୀ ନିବାସ,ସ୍ୱଳ୍ପ ମୂଲ୍ୟରେ ରହିପାରିବେ ଲୋକେ ସୂଚନା ଦେଲେପୁରୀ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।
୩. ଜାନୁଆରୀ ୩ରୁ ଖୋଲିବ ସମ୍ବଲପୁରର ମାଆ ସମଲେଇ ମନ୍ଦିର ,ପ୍ରଶାସନ ପକ୍ଷରୁ ୭ଦିନ ଭିତରେ ଜାରି ହେବ ଏସ୍ଓପି ।
୪. ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଲଙ୍କାକାଣ୍ଡ । କାମାକ୍ଷାନଗର ଅଁଳାବେରଡି ଓଟିପିସିଏଲ କ୍ୟାମ୍ପ ଅଫିସ ପରିସରରେ ଥିବା ୬ ଟି ଜେସିବି ଜାଳିିଦେଇଛନ୍ତି ଦୁର୍ବୃତ୍ତ ।

୫. ରାଉରକେଲାର ସରକାରୀ ଡାକ୍ତରଖାନା ନିକଟରେ ଥିବା ଫ୍ଲାଏଓଭରରେ ଜଣେ ସୁନା ଦୋକାନୀଙ୍କ ମୁଣ୍ଡକୁ ହୋଇଛି ଗୁଳିମାଡ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
୬. ବିବେକାନନ୍ଦ ହସ୍ପିଟାଲରେ ସାମ୍ନାରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ଯୁକ୍ତ ୩ ଛାତ୍ରଙ୍କୁ ସ୍ପ୍ରେ କରି ଅଚେତ କରିଥିଲେ ଓ ପରେ ଅପହରଣ କରିନେଇଥିଲେ।
୭.ହାତୀ ଆକ୍ରମଣରେ ଶୌଚ ହେବାକୁ ଯାଇଥିବା ବୃଦ୍ଧଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ପଣ୍ଡୁଆ ଫାଣ୍ଡି ଖଟୁଆରେ ।
୮.ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ଆକାଉଟାଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।
୯. ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କର କ୍ଷତବିକ୍ଷତ ଶବ ଉଦ୍ଧାର, ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ ।

୧୦. ବଢ଼ୁଛି ଶୀତ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।