ANS SUPERFAST [email protected]
୧. ଆଜି ରାଜ୍ୟରେ ୨୬୩ କରୋନା ପଜିଟିଭ ଚିହ୍ନଟ ଏବଂ ୪ ମୃତ ।
୨. ଦୀର୍ଘ ୯ ମାସର ବ୍ୟବଧାନ ପରେ ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର ।
୩. କରୋନା ଭ୍ୟାକସିନ ପାଇଁ ପ୍ରସ୍ତୁତ କରାଯାଇଛି ବ୍ଲୁ ପ୍ରିଣ୍ଟ, ୩୦ ଜିଲ୍ଲାରେ ହେବ ୩୨ ଭ୍ୟାକସିନ୍ ସେଣ୍ଟର ।
୪. ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ୩୮ ବର୍ଷୀୟ ଯୁବକଙ୍କ କରୋନା ଟେଷ୍ଟ ପଜିଟିଭ ଚିହ୍ନଟ । ଏନେଇ ସୂଚନା ଦେଇଛି ବିଏମସି ।
୫. ବଦଳିଲେ ନୟାଗଡ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକର । ତାଙ୍କ ବଦଳରେ ସିଦ୍ଧାର୍ଥ କାଟାରିଆ ଏସପି ଭାବେ ନିଯୁକ୍ତ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।
୬. ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
୭. ଆସନ୍ତା ୩୧ ତାରିଖରେ ଅବସର ନେବେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଏହାପରେ ମୁଖ୍ୟ ଶାସନ ସଚିବ କିଏ ହେବ ତାହା ଉପରେ ନଜର ।
୮. ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
୯. ପୁଅ ଆଗରେ ଦନ୍ତା ଆକ୍ରମଣରେ ଆଖି ବୁଜିଲା ବାପା। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହାବିରୋଡ ଫରେଷ୍ଟ ସେକ୍ସନ କନ୍ଦରାସିଂହା ଗାଁରେ ।
୧୦. ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାପଡିଛି । ସବୁଠାରୁ ଥଣ୍ଡା ସହର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।