ଗୋଳାମୁଣ୍ଡା(ରାମକୁମାର ସେନାପତି), କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକସ୍ଥିତ ଫରଙ୍ଗ ପଞ୍ଚାୟତର ଗଦଳା ଝରଣ ନିକଟସ୍ଥ ଚୁରାପାହାଡ଼ ନିକଟରେ ଥିବା ତପଭୂମି ଅଲେଖ ମହିମାଆଶ୍ରମରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଆଶ୍ରମ ଶ୍ରୀ ମତ ମନାତ୍ମକବାବାଙ୍କ ଦ୍ୱାରା ତା୨୪/୦୪/୨୦୧୨ରେ ସ୍ଥାପିତ ହୋଇଥିଲା । ଏହି ଆଶ୍ରମରେ ବହୁ ଦୂରଦୁରାନ୍ତରୁ ଓ ବହୁ ସଂଖ୍ୟକ ମହିମା ଧର୍ମର ଭକ୍ତ ମାନେ ଆସି ତପ ଆରାଧନା କରିଥାନ୍ତି । ତତ ସହିତ ଅନେକ ଲୋକ ବାବାଙ୍କ ନିକଟରେ ଆସି ନିଜର ଦୁଃଖ ମୋଚନ କରିଥାନ୍ତି । ମନାତ୍ମକ ବାବାଙ୍କ ସାନିଧ୍ୟ୍ୟରେ ବହୁ ଲୋକ ରୋଗରୁ ଭଲ ହୋଇ ଥିବା ପ୍ରମାଣ ମଧ୍ୟ ରହିଛି ।

ଏହି ଅବସରେ ଗତକାଲି ଗୁରୁ ଶ୍ରୀ ପୂଜ୍ୟସ୍ପଦ ଉଦେନାଥ ବାବା ଆଶ୍ରମକୁ ଆସିଥିଲେ । ଫଳରେ ବହୁ ଦୁରୁ ଦୁରାନ୍ତରୁ ଭକ୍ତ ମାନେ ଆସି ତାଙ୍କର ଦର୍ଶନ ଲାଭ କରିଥିଲେ । ତପ ଭୂମି ଅଲେଖ ମହିମା ଆଶ୍ରମ ସୂଚାରୁରୂପେ ପରିଚାଳନା କରିବା ପାଇଁ ଶ୍ରୀ ମତ ଉଦେନାଥବାବା ଙ୍କ ଦ୍ଵାରା ସମ୍ମିଳନୀରେ କମିଟି ଗଠନ କରାଯାଇଛି ।

ଏହି ସମ୍ମିଳନୀରେ ସର୍ଵ ପ୍ରଥମେ ସଭାପତି, ପିତାମ୍ବର ଭକ୍ତ, ଉପ ସଭାପତି ପରୀକ୍ଷିତ ଭକ୍ତ, ସାଧାରଣ ସମ୍ପାଦକ ଭଗବାନ ମାଝୀ, ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଛତିଶଗଡ଼ କାଣ୍ଡସର ଠାରୁ ଆସି ଥିବା ମୁଖ୍ୟ ଅତିଥି ଭାବେ ଶ୍ରୀ ମତ ଉଦେନାଥ ବାବା, ସମ୍ମାନିତ ଅତିଥି ବୈଦ୍ୟନାଥ ବଡ଼ ଭାଇ, କେଶରୀ ଖରସେଲ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ଶ୍ରୀ ମତ ମନାତ୍ମକ ବାବାଙ୍କ ଦ୍ଵାରା ସଭା ପରିଚାଳନା କରାଯାଇଥିଲା ।