You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧ ମୃତ ।
୨. ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ଉପରେ ବିଏମସି ରୋକ ଲଗାଇବା ପରେ ଏବେ ମାଗଣା ବଦଳରେ ୧ ଟଙ୍କାରେ ମିଳିବ ଖାଦ୍ୟ ।
୩. ଚାଇନିଜ ମାଞ୍ଜା ସୂତା ବିକ୍ରି ଉପରେ କଟକଣା । ଦୁର୍ଘଟଣାର ଆଶଙ୍କା ନେଇ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ(ସିଏମସି)।

୪. BMC ଅଞ୍ଚଳରେ ବାସହୀନଙ୍କୁ ଖାଦ୍ୟବସ୍ତ୍ର ବଣ୍ଟନ ଉପରେ କଟକଣା ଲାଗିଲା । ବିଏମସିର ବିନାନୁମତିରେ କୌଣସି ବ୍ୟକ୍ତି ବା ସଂସ୍ଥା ଖାଦ୍ୟବସ୍ତ୍ର ବାଣ୍ଟି ପାରିବେ ନାହିଁ ।
୫. ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। ଏହି ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପର ନିକଟରେ । ଫଳରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ବନ୍ଦ ହୋଇଯାଇଛି ।
୬. ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ତ୍ରିକାଳପାଡୁ ନିକଟରେ ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ ।
୭. ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଳକର ସିକିରି ଗ୍ରାମରେ ବାରାହା ଆକ୍ରମଣ, ୮ ଗୁରୁତର । ଆହତଙ୍କୁ ପ୍ରଥମେ ହିଞ୍ଜିଳି ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ।

୮. ରାୟଗଡା ପିଣ୍ଡାଗୁଡି ସଂରକ୍ଷିତ ଜଙ୍ଗଲରେ ୮୦ ଏକର ଜମିରେ ୯କୋଟି ୬୦ଲକ୍ଷର ଗଞ୍ଜେଇ ଗଛ ନଷ୍ଟ କଲା ରାୟଗଡା ପୋଲିସ । NDPS ଆକ୍ଟରେ ୨ ଜଣଙ୍କ ନାଁରେ ମାମଲା ରୁଜୁ ।
୯. ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଆମପାଣି ଘାଟିରେ ଓଲଟିଲା ଘରୋଇ ବସ୍ । ହେଲ୍ପର୍ ସମେତ ଜଣେ ଯାତ୍ରୀ ଗୁରୁତର ଆହତ ।
୧୦. କଟକ ଜିଲ୍ଲା ବିଡ଼ାନାସୀ ଦେଉଳ ସାହି ଦେବୀ ଘର ନିକଟରୁ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।