You are currently viewing ଅନ୍ତର୍ଜାତୀୟ  ଶିଶୁ କନ୍ୟା ଦିବସ ପାଳିତ

ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

  • Post category:ଓଡିଶା
  • Reading time:1 mins read


ପୁରୀ ୧୧/୧୦ ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି। ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବ। ଏଥିରେ ପୁଅ ଓ ଝିଅ ମଧ୍ୟ ରେ କୌଣସି ପ୍ରଭେଦ ଅନୁଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ। ମଗଂଳବାର ପୂର୍ବାହ୍ନରେ ପୁରୀ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପୁରାଣ ଓ ଇତିହାସ ର ଉଦାହରଣ ଦେଇ ନାରୀର ବିକଳ୍ପ ନାହିଁ ବୋଲି କହିଥିଲେ।

ସାମ୍ପ୍ରତିକ ସମୟରେ ଶିଶୁ କନ୍ୟା ମାନଙ୍କ ପ୍ରତି ଅବହେଳା ଓ ନିର୍ଯ୍ୟାତନା ଦୁଖଦାୟକ। ଏହାକୁ ପ୍ରତିହତ କରିବାକୁ ସେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ପ୍ରତିଟି କନ୍ୟା ଜଣେ ଜଣେ ଦେବ କନ୍ୟା। ନିଜର ଲୁକ୍କାୟିତ ଶକ୍ତି ଓ ପ୍ରତିଭାକୁ ପ୍ରତିପାଦିତ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ନିଜ ପରିଚୟ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ରେ ଶିଶୁ ମାନଙ୍କ ସ୍ଥିତି, ସେମାନଙ୍କ ଭବିଷ୍ୟତ, ସୁରକ୍ଷା ପାଇଁ ପଦକ୍ଷେପ, ଟାସ୍କଫୋର୍ସ ଗଠନ ଇତ୍ୟାଦି ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।