ଭାଣିଜୀକୁ ମାରି ପୋତି ଦେଲା ମାଇଁ!

ବାଲେଶ୍ୱର, ସମ୍ପର୍କୀୟ ମାମୁ ଓ ମାଇଁଙ୍କ ଅନୈତିକ ସମ୍ପର୍କକୁ ଦେଖି ନେଇଥିଲା ଭାଣିଜୀ। ତେଣୁ ଧରାପଡ଼ିଯିବା ଭୟରେ ତାକୁ ମାରି ପୋଖରୀରେ ପୋତି ଦେଇଥିଲା ମାଇଁ । ସୂଚନା ଅନୁସାରେ, ଝିଅଟିର ବୟସ ମାତ୍ର ୭ ବର୍ଷ । ନିଖୋଜ ହେବାର ତିନି ଦିନ ପରେ ପୁଲିସ୍ ଶବକୁ ଜବତ କଲା । ଏହ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର। ସୂଚନା ଯେ, ୧୧ ତାରିଖ ପୂର୍ବାହ୍ନ ୧୦ଟା ବେଳେ ଝିଅକୁ ଗାଁ ପୋଖରୀ ଆଡେ ଡାକି ନେଇ ସେଠାରେ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ପରେ ମୃତଦେହକୁ ପୋଖରୀରେ ପୋତି ଦେଇଥିଲେ। ଝିଅ ଘରକୁ ନ ଫେରିବାରୁ ମାମୁଁ ଦୟାନିଧି ଚାରିଆଡେ ଖୋଜାଖୋଜି କରିଥିଲେ ଏବଂ କୌଣସି ସ୍ଥାନରେ ନ ପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସର ଜେରା ପରେ ଦୁହେଁ ମିଶି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.