ଅଟୋ ଧକ୍କାରେ ମହିଳା ମୃତ୍ୟୁ

କଳାହାଣ୍ଡି (ଏଏନଏସ)୦୫/୧୦, ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଡଙ୍ଗରଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ଗୁଣ୍ଡୁରୀ ଗ୍ରାମରୁ କିଛି ଲୋକ ଅଟୋରେ ଦଣ୍ଡନୃତ୍ୟ ଦେଖିବାକୁ ଦେପୁରକୁ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ଦଣ୍ଡନୃତ୍ୟ ଦେଖି ଘରୁ ଫେରୁଥିବା ସମୟରେ ଡଙ୍ଗର ଗଡ଼ ରାସ୍ତାରେ ଏକ ଟ୍ରକ୍ ଆସି ଅଟୋର ପଛକୁ  ଧକ୍କା ଦେଇଥିଲା।  ଅଟୋକୁ ଏକ ଟ୍ରକ୍ ପଛରୁ ଧକ୍କା ଦେବାଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣଙ୍କର ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ସୁଭଦ୍ରା ବିଶ୍ୱାଳ। ଆହତମାନଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତି କରାଯାଇଛି। ପରେ ଅଟୋଟି ରାସ୍ତାକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ  ଅଟୋ ଡ୍ରାଇଭର ସମେତ ୮ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା । ପୁଲିସ ପହଞ୍ଚି ସମସ୍ତଙ୍କ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.