You are currently viewing ପଦାରେ ପଡିଲା ବଡଘର ବଡ ଗୁମର କଥା

ପଦାରେ ପଡିଲା ବଡଘର ବଡ ଗୁମର କଥା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୩/୦୭, ଆଜି ସକାଳୁ ରାଜଧାନୀର ରାଜ ରାସ୍ତାରେ ଦେଖିବାକୁ ମିଳିଥିଲା ଏକ ହାଇ ପ୍ରୋଫାଇଲ ଡ୍ରାମା । ଯାହର ନାୟକ ନାୟିକା ଥିଲେ ବାବୁସାନ ଓ ପ୍ରକୃତି ମିଶ୍ର । ଏକ କାର ଭିତରେ ଉଭୟ ଯାଉଥିବା ବେଳେ ହଠାତ ବାବୁସାନଙ୍କୁ ଅଟକାଇ ଉଭୟଙ୍କୁ ରାସ୍ତା ଉପରେ ବେଜିତ କରିଥିଲେ ବାବୁସାନଙ୍କ ପତ୍ନୀ ଓ ତାଙ୍କ ସମ୍ପର୍କୀୟ । ପରିସ୍ଥିତି ଏପରି ହୋଇଥିଲା ଯେ କିଛି ଲୋକ ବାବୁସାନ ଓ ପ୍ରକୃତିଙ୍କୁ ରାସ୍ତା ଉପରେ ଟଣାଓଟରା କରିଥିବା ଦେଖାଯାଇଥିଲା । ପ୍ରକୃତି ମିଶ୍ର ପାଟି କରୁଥିଲେ ମଧ୍ୟ କେହି ସାହାର୍ଯ୍ୟର ହାତ ବଢାଇନଥିଲେ । ମିଳିଥିବା ସୂଚନା ମୁତାବକ ପ୍ରକୃତି ମିଶ୍ରଙ୍କ ସହ ବାବୁସାନଙ୍କ ସମ୍ପର୍କକୁ ନେଇ ବାବୁସାନଙ୍କ ପତ୍ନୀ ଏପରି କରିଥିବାର ସୂଚନା ମିଳିଥିବା ବେଳେ ଏହି ଭିଡିଓଟିି ଆଜି ସାମାଜିକ ଗଣ ମାଧ୍ୟମର ମୁଖ୍ୟ ଖବର ପାଲଟିଛି । ପ୍ରକୃତି ମିଶ୍ରଙ୍କ ପରିବାର ତରଫରୁ ଖାରବେଳ ନଗର ଥାନାରେ ଏ ସଂପର୍କରେ ଏତଲା ଦିଆଯାଇଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।