You are currently viewing ବିସି ମେମୋରିଆଲ ଟି୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ପ୍ରତିଦିନ ଖେଳାଯିବ ଦୁଇଟି ମ୍ୟାଚ

ବିସି ମେମୋରିଆଲ ଟି୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ପ୍ରତିଦିନ ଖେଳାଯିବ ଦୁଇଟି ମ୍ୟାଚ

କଟକ (ଏନ୍ଏସ୍): କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି-୨୦ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଥର ପାଇଁ ଓଡିଶାରେ ଏହି ମେଗା ପ୍ରତିଯୋଗିତା ଖେଳାଯାଉଛି । ଏହାକୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ, ଭୈରବ ଚନ୍ଦ୍ର ମହାନ୍ତି, ଖାରବେଳ ମହାନ୍ତି ଉପସ୍ଥିତ ରହି ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ୨୨ ତାରିଖ ପର୍ୟ୍ୟନ୍ତ ଖେଳାଯିବ ।

ମୋଟ ୮ଟି ଟିମ ଏହି ପ୍ରତିଯୋଗିତାରେ ଭାଗନେଉଥିବା ବେଳେ ୨ଟି ଗ୍ରୁପରେ ୪ଟି ଲେଖାଏଁ ଟିମକୁ ଭାଗ କରାଯାଇଛି । ଆଇପିଏଲ ଖେଳାଳିମାନେ ମଧ୍ୟ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଆସାମ, ହିମାଚଳ ପ୍ରଦେଶ, କେରଳ, ହାଇଦ୍ରାବାଦ, ଝାଡଖଣ୍ଡ, ଛତିଶଗଡ଼ ଓଡିଶା A ଓ ଓଡିଶା B ଟିମ ଭାଗ ନେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।