You are currently viewing ନିଯୁକ୍ତ ହେଲେ ବିଭିନ୍ନ ନିଗମର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

ନିଯୁକ୍ତ ହେଲେ ବିଭିନ୍ନ ନିଗମର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୦/୧୦, ରାଜ୍ୟ ସରକାର ବିଭିନ୍ନ ନିଗମର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜୁ ଜନତା ଦଳର ବରିଷ୍ଠ ନେତା ମାନେ ଏହି ସବୁ ନିଗମ ଗୁଡିକରେ ନିଯୁକ୍ତି ପାଇଥିବାର ଜଣାଯାଇଛି । ରାଜ୍ୟ ସରାକାଙ୍କର ବିଜ୍ଞପ୍ତି ଅନୁଯାୟୀ କଳିକେଶ ନାରାୟଣ ସିଂ ଦେଓ ଓଡିଶା ଗୃହ ନିଗମର ଅଧ୍ୟକ୍ଷ ହୋଇଛନ୍ତି ।

ସେହିପରି ପ୍ରତାପ ଆଦିତ୍ୟ ମିଶ୍ର କୃଷି ଉନ୍ନୟନ ନିଗମ, ଡି. ବିଶ୍ୱନାଥ ଓଡିଶା ଗ୍ରାମୀଣ ଗୃହ ନିଗମ, ଲେଲିନ ମହାନ୍ତି ଓଡିଶା ପର୍ଯ୍ୟଟନ ନିଗମ ଅମରେଶ ପତ୍ରି ଉଠାଜଳସେଚନ ନିଗମ ସୁବାଶ ମହାରଣା ଓଡିଶା କାଯୁ ଉନ୍ନୟନ ନିଗମ , ବିଜୟ ନାୟକ ଓଡିଶା ରାଜ୍ୟ ବିହନ ଉନ୍ନୟନ ନିଗମ, ଦେବାଶିଷ ମହାନ୍ତି ଓଡିଶା ଆଗ୍ରୋ ଶିଲ୍ପ ନିଗମ, ସତ୍ୟବ୍ରତ ତ୍ରିପାଠୀ ଓଡିଶା ଚଳଚ୍ଚିତ୍ର ନିଗମ, ଶ୍ରୀମୟୀ ମିଶ୍ର ଓଡିଶା ନିର୍ମାଣ ଶିଳ୍ପ ନିଗମ, ଚିନ୍ମୟ ସାହୁ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଥିବା ଜଣା ପଡିଛି । ସେହିପରି ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ରାଜ୍ୟସରାକରଙ୍କର ଆଇଟି ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।