ବାଲୁଗାଁ, ଚଳିତ ବର୍ଷ ପାଇଁ ଚିଲିକାରେ ପକ୍ଷୀଗଣନା ସମାପ୍ତ ହୋଇଛି । କ୍ରମାଗତ ଭାବେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି । ପକ୍ଷୀଗଣନା ପାଇଁ ୨୧ଟି ଟିମ୍ ଗଠନ କରାଯାଇଥିଲା ଏବଂ ୧୧୧ କର୍ମଚାରୀ ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ । ଚଳିତ ବର୍ଷ ଚିଲିକାର ୫ ଟି ରେଞ୍ଜ ତଥା ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ନୂଆପଡାରେ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲା । ସୂଚନା ଅନୁଯାୟୀ, ଗତବର୍ଷ ଚିଲିକାରେ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ଚଳିତ ବର୍ଷ ୯୨,୭୮୬ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇ ୧୨ ଲକ୍ଷ ୪୨ ହଜାର ୮୨୬ରେ ପହଞ୍ଚିଛି । ତେବେ ସୂଚନା ଅନୁସାରେ ବାଲୁଗାଁ ରେଞ୍ଜରେ ସର୍ବାଧିକ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି