You are currently viewing ଭୂତଳ ଜଳର ହେବ ସାଟେଲାଇଟ୍ ମ୍ୟାପିଂ 

ଭୂତଳ ଜଳର ହେବ ସାଟେଲାଇଟ୍ ମ୍ୟାପିଂ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନ୍ଏସ): ଭୂତଳ ଜଳର ଉତ୍ତମ ପରିଚାଳନା ଏବଂ ଭବିଷ୍ୟତ ଯୋଜନା ପାଇଁ ରାଜ୍ୟ ସରକାର ହାଇ ରିଜୋଲ୍ୟୁସନ ସାଟେଲାଇଟ୍ ଡାଟା ସହାୟତାରେ ଭୂତଳ ଜଳ ସମ୍ଭାବନାର ମ୍ୟାପିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମହାକାଶ ପ୍ରଯୁକ୍ତି ପ୍ରୟୋଗ ପାଇଁ ଥ‌ିବା ରାଜ୍ୟର ସର୍ବୋଚ୍ଚ ସଂସ୍ଥା ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଓରସାକ୍) ଜରିଆରେ ଏହି ମ୍ୟାପିଂ କରିବ। ୧୭.୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ମ୍ୟାପିଂ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସୂଚନା ରହିଛି।

ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ୧: ୧୦, ୦ ସ୍କେଲରେ ( ହାଇ ରିଜୋଲ୍ୟୁସନରେ) ଭୂତଳ ଜଳ ସମ୍ଭାବନା ମାନଚିତ୍ର ପ୍ରସ୍ତୁତ କରିବା। ସ୍ପଷ୍ଟତା ଅଭାବରୁ ବର୍ତ୍ତମାନର ଉପଲବ୍ଧ ଡାଟା ଚିହ୍ନଟ ପାଇଁ ଉପଯୁକ୍ତ ହେବ ନାହିଁ । ‘ୱାର୍ଚ୍ଚ ଭିୟୁ- ୨/୩’ ଭଳି ହାଇ ରିଜୋଲ୍ୟୁସନ୍ ସାଟେଲାଇଟ୍‌ ଡାଟା ମ୍ୟାପିଂ ଏଥ‌ିପାଇଁ ଉପଯୁକ୍ତ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।