ଭୁବନେଶ୍ୱର, ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୁଅ ଭଳି ଝିଅମାନଙ୍କର ମଧ୍ୟ ତାଙ୍କ ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ରହିଛି । ଉତ୍ତରାଧିକାର ଅଧିନିୟମ ୨୦୦୫ରେ ସଂଶୋଧନ ନିୟମରେ ଏହା ସ୍ପଷ୍ଟ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଏକ ଖଣ୍ଡପୀଠ । ୨୦୦୫ରେ ଏହି ଆଇନ ସଂଶୋଧନ କରାଯିବା ପୂର୍ବରୁ ମଧ୍ୟ ଯଦି କୌଣସି ପିତାଙ୍କ ମୃତ୍ୟୁ ହୋଇଯାଇଥାଏ, ତଥାପି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ଭଳି ସମାନ ଅଂଶ ମିଳିବ । ଏକ ମାମଲାର ଶୁଣାଣ କରି ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି । କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଝିଅ ସବୁବେଳେ ଝିଅ ହୋଇ ରହିଥାଏ । କିନ୍ତୁ ପୁଅ ବାହାହେବା ଯାଏଁ ବାପା-ମାଙ୍କର ପୁଅ ହୋଇ ରହିଥାଏ । ତେବେ ୨୦୦୫ ସେପ୍ଟେମ୍ବର ୯ର ଏହି ସଂଶୋଧନ ପୂର୍ବରୁ ଯଦି କୌଣସି ପିତାଙ୍କ ମୃତ୍ୟୁ ହୋଇଯାଇଥିବ ତେବେ ସମ୍ପତ୍ତି ଭାଗବଣ୍ଟା ସମୟରେ ସମାନ ଅଂଶ ଝିଅମାନଙ୍କୁ ବି ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ