You are currently viewing ଅଚଳ ହେବନି ବିଏସକେୱାଇ : ଆୟୁସ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ କରିବ କାମ

ଅଚଳ ହେବନି ବିଏସକେୱାଇ : ଆୟୁସ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ କରିବ କାମ

ଏଏନଏସ: ସରକାର ପରିବର୍ତ୍ତନ ହେଉ ହେଉ ରାଜ୍ୟରେ କାର୍ଯ୍ୟ କରୁଥିବା ବିଏସକେୱାଇ କାର୍ଡ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଛି । ବିଭିନ୍ନ ଘରୋଇ ହସ୍ପିଟାଲ ବିଏସକେୱାଇ କାର୍ଡ ଗ୍ରହଣ କରୁନଥିବାରୁ ଦୁଇ ଦିନ ହେଲା ଏହି କାର୍ଡ ଧାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମରେ ନୂଆ ନିଷ୍ପତ୍ତି ନଆସିବା ଯାଏ ବିଏସକେୱାଇ କାଡ କାର୍ଯ୍ୟ କରିବ ବୋଲି କହିଛନ୍ତି । ବିଏସକେୱାଇ କାର୍ଡକୁ ଯେଉଁ ଘରୋଇ ଡାକ୍ତରଖାନା ଗ୍ରହଣ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ଶଚିବ ପ୍ରଦିପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଶେଷ ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ୧୦୪ଟୋଲଫ୍ରି ନମ୍ବରକୁ ଜଣାଇ ପାରିବେ କହିଛନ୍ତି ମୁଖ୍ୟ ଶାସନ ଶଚିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।