You are currently viewing ଆଜିଠୁ ବସ୍ ଧର୍ମଘଟ,ସାମିଲ ହେଲାନି ବାଲେଶ୍ବର ସଂଘ

ଆଜିଠୁ ବସ୍ ଧର୍ମଘଟ,ସାମିଲ ହେଲାନି ବାଲେଶ୍ବର ସଂଘ

ଭୁବନେଶ୍ୱର (ଏଏନ୍ଏସ୍): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛି। ଆଜି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଥିଲେ। ତେବେ ଏହି ଧର୍ମଘଟରେ ବାଲେଶ୍ବର ବସ୍ ମାଲିକ ସଂଘ ଯୋଗଦେଲେ ନାହିଁ ।

ବାଲେଶ୍ୱର ସଂଘ ପକ୍ଷରୁ କୁହାଯାଇଛି, ଆମେ ଧର୍ମଘଟକୁ ବିରୋଧ କରୁନାହୁଁ, କିନ୍ତୁ ଧର୍ମଘଟ ପାଇଁ ଏହା ଉଚିତ ସମୟ ନୁହେଁ । ଆଉ ୫ ଦିନ ଧର୍ମଘଟ ଗଡାଇବାକୁ ରାଜ୍ୟ ସଂଘକୁ କୁହାଯାଇଛି। ଓ ବାଲେଶ୍ଵର ସଂଘ କଟକ ଓ ଭୁବନେଶ୍ୱରକୁ ବସ୍ ଚଳାଚଳ କରାଇବ। ତେବେ ଏଥିଲାଗି ସଂଘ ସୁରକ୍ଷା ଲୋଡିଛି।

ଗତକାଲି ପୂର୍ବାହ୍ନରେ ସରକାରଙ୍କ ସହ ଘରୋଇମାଲିକ ସଂଘ ପ୍ରତିନିଧି ଆଲୋଚନା କରିଥିଲେ। ସଂଘର ଦାବି ଅନୁସାରେ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିବାକୁ ସଂଘ ନିଷ୍ପତ୍ତି ନେଇଥିଲା। ଅପରପକ୍ଷେ ଆସନ୍ତା ୨୬ ତାରିଖରେ ପୁନର୍ବାର ଆଲୋଚନା ବୈଠକକୁ ସଂଘ ନେତାମାନଙ୍କୁ ଡକାଯାଇଥିବା ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।