ଭୁବନେଶ୍ବର, ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ୩ଟି କ୍ୟାବିନେଟ୍ ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ସନ୍ଧ୍ୟା ୫ଟା ୪୫ ମିନିଟ୍ରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ ବୋଲି ଜଣାପଡ଼ିଛି। ଏହା ପରେ ପରେ କୃଷି ଓ ଐତିହ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ କୃଷି କ୍ୟାବିନେଟ୍। ଏହି କ୍ୟାବିନେଟ୍ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବାବେଳେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ମୁଖ୍ୟ ଶାସନ ସଚିବ ଏହି କମିଟିର ସଚିବ ରହିଥିବାବେଳେ କୃଷି ବିଭାଗ ସଚିବ ଏହାର ଆବାହକ ରହିଛନ୍ତି।

ବସିବ ୩ କ୍ୟାବିନେଟ୍ ବୈଠକ; ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଲୋଚନା
- Post published:September 2, 2020
- Post category:ଓଡିଶା
- Reading time:1 mins read