You are currently viewing ଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନ

ଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୧୦/୦୬, ଦିନକୁ ଦିନ ଦେଶରେ ବଢିଚାଲିଥିବା ଦର ଦାମ୍ । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଦରଦାମ ବୃଦ୍ଧି ହୁହୁ ହୋଇ ବଢୁଛି ସେଥିପାଇଁ କେନ୍ଦ୍ର ସରକାର ଦାୟୀ। ଡାଲି,ତେଲ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ବୃଦ୍ଧି ହେଉଛି। ଏହାକୁ ଆୟତ୍ତ ରେ ରଖିବା ପାଇଁ ଦିଲ୍ଲୀରେ ଥିବା ସରକାରଙ୍କ ଦାୟିତ୍ଵ । ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଟ୍ରାନ୍ସପୋର୍ଟଙ୍ଗୀ କଷ୍ଟ ଓ ତେଲ ରେଟ ବୃଦ୍ଧି ହେବାରେ ଲାଗିଛି । ଆମେ ପୁରାପୁରି ସଚେତନ ଅଛୁ। କିଏ ଯଦି ଚଢ଼ା ଦରରେ ବିକ୍ରି କରୁଥାନ୍ତି ତାଙ୍କୁ ଧରିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ତତ୍ପର ଅଛି।

ଅନ୍ୟମାନଙ୍କୁ ଜଣାନ୍ତୁ।