You are currently viewing ଚେକ୍ ବାଉନ୍ସ ହେଲେ ନିଆଯିବ କଡା ପଦକ୍ଷେପ

ଚେକ୍ ବାଉନ୍ସ ହେଲେ ନିଆଯିବ କଡା ପଦକ୍ଷେପ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୫/୧୦, ଏଣିକି ଚେକ୍ କାଟିବା ପୂର୍ବରୁ ଧ୍ୟାନ ରଖନ୍ତୁ । ଚେକ୍ ବାଉନ୍ସ ସମସ୍ୟାକୁ ସୁଧାରିବାକୁ ଅର୍ଥ ମନ୍ତ୍ରଣାଳୟ ଚଳାଇଛନ୍ତି ନୂଆ ଯୋଜନା । ଯଦି ଏହି ଯୋଜନା ଲାଗୁ ହୁଏ ତେବେ ଚେକ୍ ବାଉନ୍ସ ମାମଲାରେ ଚେକ୍ ଧାରକଙ୍କୁ ତଣ୍ଡ ଗଣିବାକୁ ପଡିବ । ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଏନେଇ କଡା ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ହୋଇଛି । କାରଣ ଚେକ୍ ବାଉନ୍ସ ହେଲେ ଚେକଧାରୀଙ୍କ ଉପରେ ଲାଗୁ ହେବ ନୂଆ ନିୟମ । ଏହ ନିୟମ ଅନୁଯାୟୀ, ଯଦି ଚେକ୍ ବାଉନ୍ସ ହୁଏ ତେବେ ଚେକ୍ ଧାରୀଙ୍କ ଦ୍ୱିତୀୟ ଆକାଉଣ୍ଟରୁ ଟଙ୍କା କଟିଯାଇପାରେ । ଏହାସହ ଚେକ୍ ବାଉନ୍ସ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ବା ଗ୍ରାହକ ବ୍ୟାଙ୍କରେ ନୂଆ ଆକାଉଣ୍ଟ ମଧ୍ୟ ଖୋଲିପାରିବେ ନାହିଁ । ସେହି ବ୍ୟାଙ୍କରୁ ତାଙ୍କୁ ଋଣ ବି ମିଳିପାରିବ ନାହିଁ । ଖାଲି ଏତିକି ନୁହେଁ ଚେକ୍ ଦାତାଙ୍କୁ ନିଜ ଆକାଉଣ୍ଟରେ ୧୫ ଦିନରେ ଟଙ୍କା ଜମା କରି ଏହି ସମସ୍ୟାକୁ ସମାଧାନ କରିବାକୁ ପଡିବ । ନଚେତ୍ ନୂଆ ଆଇନ୍ ଅନୁସାରେ ଚେକ୍ ଦାତାଙ୍କ ଉପରେ ଚେକ୍ ଅର୍ଥର ୨ ଗୁଣା ଜରିମାନା ଲାଗିପାରେ । କିମ୍ବା ଆବଶ୍ୟକ ପଡିଲେ ୨ବର୍ଷ ଜେଲ ହେବାର ପ୍ରସ୍ତାବନା ରହିଛି । ଏ ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟର ବୈଠକରେ ଅନେକ ପ୍ରସ୍ତାବନା ଆସିଥିଲେ ବି ଏହି ଏହି ପ୍ରସ୍ତାବନାକୁ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି । ଅର୍ଥମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଚେକ୍ ବାଉନ୍ସ ମାମଲାକୁ କିପରି ରୋକାଯାଇପାରିବ ଏବଂ ଏହି ସମ୍ପର୍କୀତ ଆଇନଗତ ବୋଝକୁ ହାଲକା କରିବାକୁ ଏପରି ଯୋଜନା ପ୍ରସ୍ତୁତ କରାଯାଉଛି । ଅବଶ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ବିଭିନ୍ନ ସ୍ତରରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।