ଭୁବନେଶ୍ୱର, ରାଜ୍ୟରେ ଗତକାଲି ସ୍କୁଲ ଖୋଲିବା ନେଇ ତାରିଖ ଘୋଷଣା କରାଯାଇଥିବାବେଳେ, ଆଜି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ନେଇ ଘୋଷଣା ହୋଇଛି ତାରିଖ । ଆସନ୍ତା ୧୧ରେ ଖୋଲିବ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ । ଜାନୁଆରୀ ୧୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ଯାଏଁ ଚାଲିବ ପାଠପଢ଼ା । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ । ସମସ୍ତ କୋଭିଡ଼ କଟକଣାକୁ ପାଳନ କରି ପିଲା ପଢ଼ିବା ପାଇଁ ଯିବେ । ସାଙ୍ଗରେ ସାନିଟାଇଜର ଓ ମାସ୍କ ନେବା ବାଧ୍ୟତାମୂଳକ । ସମସ୍ତେ ସାମାଜିକ ଦୂରତା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥାନରେ ଛିପ ପକାଇ ପାରିବେ ନାହିଁ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା । ଏସମସ୍ତ ନିୟମ ମାନି ଛାତ୍ରଛାତ୍ରୀ ଯିବେ କଲେଜ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ