You are currently viewing ହେଲମେଟ୍ ଚେକିଂରୁ ଗଣ୍ଡଗୋଳ

ହେଲମେଟ୍ ଚେକିଂରୁ ଗଣ୍ଡଗୋଳ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା, ୦୯/୦୯: ହେଲମେଟ୍ ଚେକିଂରୁ ଗଣ୍ଡଗୋଳ । କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣି ଛକରେ ହେଲମେଟ୍ ଯାଞ୍ଚ ବେଳେ ମାଡପିଟ୍ । ସୂଚନା ଅନୁଯାୟୀ ତିନିମୁହାଣି ଛକରେ ଥିବା ସେଲ୍ଫି ପଏଣ୍ଟ ପାଖରେ ଟାଉନ ଥାନା ପକ୍ଷରୁ ଗତ ସନ୍ଧ୍ୟାରେ ହେଲମେଟ୍ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଜଣେ ବାଇକ ଚାଳକ ବିନା ହେଲମେଟରେ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇ ହେଲମେଟ କାହିଁ ବୋଲି ପଚାରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ବେଳେ ବାଇକ ଚାଳକ ଜଣଙ୍କ ପୁଲିସକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ସେଠାରେ ଉପସ୍ଥିତ ଥିବା ପୁଲିସ ସମ୍ପୃକ୍ତ ବାଇକ ଚାଳକଙ୍କୁ ମଧ୍ୟ ମାଡ ମାରିଥିଲେ । ଏପରି ସ୍ଥିତି ପାଇଁ ତିନିମୁହାଣି ଛକ ଋଣ କ୍ଷେତ୍ରରେ ପାଲଟି ଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।