ମେଧା ସମ୍ବର୍ଦ୍ଧନା ସମାରୋହରେ ୨୫ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ


ରାଇରଙ୍ଗପୁର, ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ମେଧା ସମ୍ବର୍ଦ୍ଧନା ସମାରୋହରେ ୨୫ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ । ସେମାନେ ହେଲେ କେରଳା ପବ୍ଳିକ ସ୍କୁଲର କମଲ ଗୁପ୍ତା, ସୁରଜ ସାହୁ, ସୁନିତା ଟୁଡୁ, ଜ୍ଞାନରଥ ହାତୀ, ତନୟ ସାରଦ. ଅଭିଷେକ ସାମଲ, ସ୍ୱାତି ସାଗରିକା ନାଏକ, ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରର ଯମୁନା ମୁର୍ମୁ ଦେବଦତ୍ତ ଗିରି, ଦେବାଶିଷ ବାରିକ, ରୁପାଲି ହେମ୍ବ୍ରମ, ବିଶୋଇ ସରକାରୀ ଏସ ଏସ ଡ଼ ଉଚ୍ଚ ବିଦ୍ୟାଳୟର ଇଷିତା ମାଈତି, ଟେକ୍ନୋ ୱାର୍ଲଡ ହାୟାର ସେକେଣ୍ଡାରୀ ସ୍କୁଲର ଶେଫାଳୀ ନନ୍ଦ, କେନ୍ଦ୍ରୀୟ ବିଦ୍ୟାଳୟର ଦୀକ୍ଷାବବିତା ବେହେରା, ମୌସୁମୀ ମହାନ୍ତ, ଅଙ୍କିତ ଦାସ, ଅଭିସିଖା ମହାନ୍ତି, ଅର୍ଚନା କମଳୀ, ଆଦ୍ୟାଶା ଅଭିଲିପସା ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ଯାମଡାର ଚନ୍ଦନ କୁମାର ମହାନ୍ତ, ମାନସ ମହୋଦଧି ପୂର୍ତ୍ତି ଏବଂ ଆଇ ଆଇ ଟି ଖଡଗପୁରର ଛାତ୍ରୀ ବବିତା ବିନ୍ଧାଣି ଏବଂ ରାଷ୍ଟ୍ରିୟ ସେବା ଯୋଜନାରେ ସ୍ୱେଛାସେବୀଭାବେ ନିକଟରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିବା ପ୍ରଭଞ୍ଜନ ମଣ୍ଡଳ, ମୁଖ୍ୟ ଅତିଥି ରାଇରଙ୍ଗପୁର ଡିଏଫଓ ଅରୁଣ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଯୁବନେତା ଅଭିଷେକ ପଟ୍ଟନାୟକ, ସମାଜସେବୀ ଅନୁରାଗ ଗୁପ୍ତା ପରିକ୍ରମାର ଉପଦେଷ୍ଟା ଶରତ ଦାସ, ଈଷାନ ମିଶ୍ର ସୁବାଷ ମଣ୍ଡଳ ।
ରାଜୁ ଯାଦବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରସଂଶା ପତ୍ର ଓ ସ୍ମୃତି ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ମନୋଜ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମକୁ ରଞ୍ଜନ ନନ୍ଦ ସଂଯାଜନା କରିଥିବା ବେଳେ ଅଧ୍ୟାପକ ବିଜୟ ରାମ ଧନ୍ୟବାଦ ଦେଇଥିଲେ । ପରିକ୍ରମାର ସଦସ୍ୟ ଦିଲ୍ଲୀପ ମହାନ୍ତି, ଖୁଦିରାମ ମହାନ୍ତି, ବସନ୍ତ ପଟ୍ଟନାୟକ, ଶକ୍ତିକାନ୍ତ ଦାସ, ସୁଶୀଲ ମହାନ୍ତି, ଲଳିତ ପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.