କାଲିଠୁ ରାଜ୍ୟରେ ହେବ କରୋନା ଟୀକା ଡ୍ରାଏ ରନ

ଭୁବନେଶ୍ୱର, ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲା ଏବଂ ସବୁ ମ୍ୟୁନିସିପାଲିଟିରେ ହେବ କରୋନା ଟୀକା ଡ୍ରାଏ ରନ । ସକାଳ ୧୦ରୁ ୧୨ଟା ପର‌୍ୟ୍ୟନ୍ତ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍ ହେବ । ଏନେଇ ସମସ୍ତ ଜିଲ୍ଲାପାଳ, ପୌର କର୍ତ୍ତୃପକ୍ଷ ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲ ଓ ମେଡିକାଲ କଲେଜରେ ହେବ ଡ୍ରାଏରନ । ତେବେ ଆସନ୍ତା ୧୩ ତାରିଖରୁ ସମଗ୍ର ଭାରତରେ କରୋନା ଟୀକାକରଣ ଆରମ୍ଭ ହେବ । କିନ୍ତୁ ତା’ ପୂର୍ବରୁ କରୋନା ଟିକାର ଡ୍ରାଏରନ କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଡ୍ରାଏରନ ବେଳେ ପ୍ରତି ଟିକାକରଣ କେନ୍ଦ୍ରରେ ୨୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.