ହାଇଦ୍ରାବାଦ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଆଇଆଇ ଦ୍ୱାରା ବିକଶିତ ‘ଆର୨୧/ମ୍ୟାଟ୍ରିକ୍ସ-ଏମ୍’ ଟିକାକୁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଶିଶୁମାନଙ୍କ ଠାରେ ମ୍ୟାଲେରିଆକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ଆର୨୧/ମ୍ୟାଟ୍ରିକ୍ସ-ଏମ୍’ ନାମକ ଏହି ମ୍ୟାଲେରିଆ ଟିକାକୁ ଅନୁମୋଦନ କରିଛି। ସାଇଣ୍ଟିଫିକ୍ ଆଡଭାଇଜର ଗ୍ରୁପ୍ ଅଫ ଏମର୍ଜେନ୍ସି ଏବଂ ମ୍ୟାଲେରିଆ ପଲିସି ଆଡଭାଇଜରୀ ଗ୍ରୁପର ଅନୁମୋଦନ ପରେ ଏହି ଟିକାକୁ ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି।
ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଯେ, ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ ଓ କ୍ଲିନିକାଲ ପରୀକ୍ଷଣ ସମ୍ବନ୍ଧୀୟ ପରିସଂଖ୍ୟାନ ଅଧାରରେ ଏହି ମଞ୍ଜୁରୀ ମିଳିଛି। ଏଥି ସହ ଏହି ଟିକା ପରୀକ୍ଷଣ ୪ଟି ଦେଶରେ ସଫଳ ହୋଇଛି। ଏବଂ ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ପାଇଥିବା ଟିକା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଟିକା ।