anubhav

ଆଜି ବି କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି , ଜାମିନ ବିହୀନ ଗିରଫ ପରୱାନା ଜାରି 

  • Post category:ଓଡିଶା
  • Reading time:1 mins read

ଏଏନଏସ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ବି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇନାହାନ୍ତି। ଆଗରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ସେ କୋର୍ଟଙ୍କୁ ସମୟ ମାଗିଥିଲେ। ମାତ୍ର ଆଜି ପୁଣି ସମୟ ମାଗିବାରୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଏନେଇ ଆଜି ଅନୁଭବଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । ଏଣୁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି | ଆଗାମୀ ୨୩ ତାରିଖ ସୁଦ୍ଧା ଏନ ବି ଡବ୍ଲ୍ୟୁ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନାକୁ ସ୍ପେସାଲ ଜେ ଏମ ଏଫ ସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ବର୍ଷା ପ୍ରିୟଦର୍ଶିନୀ ୪ ବର୍ଷ ତଳେ ଅର୍ଥାତ ୨୦୨୦ ଡିସେମ୍ବର ୧୯ରେ ପୁରୀଘାଟ ଥାନାରେ ୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଯେଉଁଥିରେ ଅନୁଭବ ମହାନ୍ତି, ତାଙ୍କ କର୍ମଚାରୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳାଇଙ୍କ ନାଁ ରହିଛି । ଏହି ୩ ଜଣ ବ୍ୟକ୍ତି ତାଙ୍କ ରୁମ୍ ଭିତରକୁ ପଶି ତାଙ୍କ ଫଟୋ, ଭିଡିଓ ରେକର୍ଡିଂ କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ । ଏହାପରେ ପୋଲିସ ଦଫା ୪୯୮(ଏ), ୩୫୪, ୫୦୯, ୧୦୯ ଓ ୩୪ରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ତଳ କୋର୍ଟ ଗ୍ରହଣ କରିଥିଲେ। ଦାୟର ହୋଇଥିବା ମାମଲା ମିଛ ବୋଲି ଦର୍ଶାଇ ଅନୁଭବ ମହାନ୍ତି ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । କୋର୍ଟ କିନ୍ତୁ ମାମଲା ଚାଲିବ ବୋଲି କହିଥିଲେ । ପରେ ୩ ଜଣଙ୍କ ନାମରେ ମେ ୮ରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେ ୧୦ରେ ଏତଲା ଆଧାରରେ ତିନି ଅଭିଯୁକ୍ତଙ୍କୁ ହାଜର ହେବାକୁ କହିଥିଲେ । ନିର୍ବାଚନ ଚାଲିଥିବାରୁ ସୋମବାର ଅନୁଭବ ନିଜେ ହାଜର ହୋଇନଥିଲେ । ବରଂ ଅଧିକ ସମୟ ଲୋଡିଥିଲେ । ଏହାପରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ମେ ୨୩ ସୁଦ୍ଧା ୱାରେଂଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।