You are currently viewing ଡାକ୍ତର ସମସ୍ୟା ନେଇ ଆଜି ୧୨ ଘଣ୍ଟା ତୁଷୁରା ବନ୍ଦ

ଡାକ୍ତର ସମସ୍ୟା ନେଇ ଆଜି ୧୨ ଘଣ୍ଟା ତୁଷୁରା ବନ୍ଦ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର(ଏଏନଏସ)୨୬/୦୭, ଆଜି ୧୨ ଘଣ୍ଟିଆ ତୁଷୁରା ବନ୍ଦ । ବଲାଙ୍ଗୀର ଜିଲ୍ଲା ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ନେଇ ତୁଷୁରା ୟୁଥ ଏକ୍ସନ କମିଟି ପକ୍ଷରୁ ବନ୍ଦ କରାଯାଇଛି । ବନ୍ଦ ପ୍ରଭାବରେ ସହରର ଦୋକାନ ବଜାରର, ସରକାରୀ ବେସକାରୀ କାର୍ଯ୍ୟାଳୟ ଏବଂ ଗାଡି ଚଳାଚଳ ବନ୍ଦ ରହିଛି ।
ସୂଚନାରୁ ପ୍ରକାଶ ଯେ ଡାକ୍ତରଖାନାେରେ ଡାକ୍ତର ସମସ୍ୟା ଯୋଗୁଁ ସେବାରେ ବିରୋଧୀ ପ୍ରାପ୍ତ ହେବା ସହ ରାତ୍ରକାଳୀନ ମେଡିକାଲ ସେବା ନଥିବାରୁ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ତୁଷୁରା ଏନଏସି ହେବାକୁ ୮ ବର୍ଷ ବିତିଯାଇଥିବା ସତ୍ତ୍ୱେ ଏଠାରେ କୌଣସି ଉନ୍ନତି ହୋଇନଥିଲା । ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗକୁ ଆନ୍ଦୋଳନ ତୀବ୍ରର ଚେତାବନୀ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।