You are currently viewing ପୁରୀ ଜିଲ୍ଲାରେ ବାତ୍ୟା ପାଇଁ ବ୍ୟାପକ ପ୍ରସ୍ତୁତି

ପୁରୀ ଜିଲ୍ଲାରେ ବାତ୍ୟା ପାଇଁ ବ୍ୟାପକ ପ୍ରସ୍ତୁତି

  • Post category:ଓଡିଶା
  • Reading time:1 mins read

ପୁରୀ -୨୫.୦୫.୨୦୨୧, ସମ୍ଭାବ୍ୟ ବାତ୍ୟା ୟାସର ପ୍ରଭାବକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୭ ଘଟିକା ସୁଦ୍ଧା ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୭ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ୩୬୬୭ ଜଣ ଏବଂ ୨୮୮ଟି ବିକଳ୍ପ ଆଶ୍ରୟସ୍ଥଳୀରେ ୫୪୫୩ ଜଣଙ୍କୁ ଏହିଭଳି ମୋଟ ୩୩୫ଟି ଆଶ୍ରୟସ୍ଥଳୀରେ ୯୧୨୦ ଜଣଙ୍କୁ ରଖାଯାଇଛି । ସେହିଭଳି ଗୋଟିଏ ଏନଡିଆରଏଫ୍ , ଗୋଟିଏ ଓଡ୍ରାଫ ଏବଂ ୧୨ଟି ଅଗ୍ନିଶମ ଟିମକୁ ସଜାଗ ରଖାଯାଇଛି । ବାତ୍ୟା ପରବର୍ତ୍ତି ରାସ୍ତା ଅବରୋଧ ହଟେଇବା ନିମନ୍ତେ ବିଭିନ୍ନ ବ୍ଲକରେ ଆବଶ୍ୟକୀୟ ଟ୍ରାକ୍ଟର, ଜେସିବି ଏବଂ ସହଯୋଗୀ ମାନଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସମସ୍ତ ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ରନ୍ଧା ଓ ଶୁଖିଲା ଖାଦ୍ୟ,ପାନୀୟ ବ୍ୟବସ୍ଥା ସହ ମାସ୍କ ଏବଂ ସାନିଟାଇଜର ରଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।