You are currently viewing ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା; ଦିନକରେ ୧୦ ମୃତ

ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା; ଦିନକରେ ୧୦ ମୃତ

ଭୁବନେଶ୍ୱର-୨୮.୦୪.୨୦୨୧, ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ପୁରୀ ଓ ରାୟଗଡ଼ାରେ ସର୍ବାଧିକ ୩ ଜଣ, ସୁନ୍ଦରଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ବୌଦ୍ଧରେ ଜଣେ ଲେଖାଏଁ ମୃତ ବୋଲି ଜଣାପଡିଛି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୮୩୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୭୮୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୬୦୫ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।