You are currently viewing ଅଗଷ୍ଟ ୩୧ଯାଏଁ ଢ଼େଙ୍କାନାଳ ଜିଲ୍ଲାରେ ପ୍ରତି ଶନିବାର ରବିବାର ସଟ୍‌ଡାଉନ

ଅଗଷ୍ଟ ୩୧ଯାଏଁ ଢ଼େଙ୍କାନାଳ ଜିଲ୍ଲାରେ ପ୍ରତି ଶନିବାର ରବିବାର ସଟ୍‌ଡାଉନ

ଢ଼େଙ୍କାନାଳ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ଢ଼େଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଢ଼େଙ୍କାନାଳ ଜିଲ୍ଲାରେ ଅଗଷ୍ଟ ୩୧ଯାଏଁ ସପ୍ତାହର ପ୍ରତି ଶନିବାର ଓ ରବିବାର ସଟଡାଉନ ରଖାଯିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।