You are currently viewing ଡି-ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଗିରଫ

ଡି-ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଗିରଫ


କଟକ,୨୩/୦୮: କୁଖ୍ୟାତ ଅପରାଧୀ ଧଳ ସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରାଯାଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୀଲୁ ହେଉଛି ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଅଭିଯୁକ୍ତି । ତା ପରଠୁ ୫ ବର୍ଷ ହେଲା ସେ ଫେରାର ଥିଲା । କଟକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ପେଶାଲ ଟିମ୍ ଦୀଲୁକୁ ରାୟଗଡାରୁ ଗିରଫ କରିବାରେ ସଫଳ ହୋଇଛି । ପ୍ରଦୀପ ପାଖରୁ ଗୋଟିଏ ବନ୍ଧୁକ , ୩ଟି ଗୁଳି ଓ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଥିବା ପୁଲିସ କମିଶନର କହିଛନ୍ତି । ଦୀଲୁ ଡି-ବ୍ରଦର୍ସଙ୍କ ଟେଣ୍ଡର କାମ ବୁଝାବୁଝି କରୁଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।