You are currently viewing ରାଜଧାନୀରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ରାଜଧାନୀରେ ଭାରତ ବନ୍ଦର ଆଂଶିକ ପ୍ରଭାବ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱର ଠାରେ ସର୍ବଭାରତୀୟ କୃଷକ ସଂଘ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ମଧ୍ୟାହ୍ନ ୧୨ ଟା ସୁଦ୍ଧା ଆଂଶିକ ରହିଥିବାର ଦେଖାଦେଇଛି ।

ପୂର୍ବାହ୍ନ ୧୧.୩୦ ଜୟଦେବ ବିହାର ଛକ

ଦୁଇ ଚିକଆ ଓ ଚାରି ଚକିଆଯାନ ରାସ୍ତାରେ ଚାଲିଥିବାବେଳେ ପରିବହନ ଗାଡିଗୁଡିକ ହରତାଳ ଯୋଗୁଁ ଜାତୀୟ ରାଜପଥରେ ଅଟକି ରହିଛି । ସ୍କୁଲ ଓ କଲେଜଗୁଡିକୁ ସରକାର ଆଜି ଛୁଟି ଘୋଷଣା କରିଥିବାରୁ ସବୁ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେବେ ସରକାରୀ କାର୍ଯ୍ୟାଳୟଗୁଡିକ ଖୋଲାରହିଥିବାର ଦେଖାଦେଇଛି ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଖୋଲା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।