You are currently viewing ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ) ୦୯.୧୧.୨୦୨୧, ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଯୁଯୁମୁରା ସେକ୍ସନ ଜରାଙ୍ଗ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ସଦର ରେଞ୍ଜ ଯୁଯୁମରା ସେକ୍ସନ ଜରାଙ୍ଗ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ପାଇଁ ତାର ବିଛାଯାଇଥିଲା । ତେବେ ଏହି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେପଟେ ପ୍ରାଥମିକ ତଦନ୍ତ ପରେ ହାତୀ ମୃତ୍ୟୁ କାରଣ ସାମ୍ନାକୁ ଆସିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।