ଭୁବନେଶ୍ୱର, ରାଜ୍ୟରେ ଆଉ ଏକ ଲଘୁଚାପ ନେଇ ଆଶଙ୍କା । ଆସନ୍ତା ୧୩ ତାରିଖରେ ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଡ଼ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେଣୁ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।
ଆସୁଛି ଆଉ ଏକ ଲଘୁଚାପ!
- Post published:September 10, 2020
- Post category:ଓଡିଶା
- Reading time:1 mins read