gajalaxmi

ସରିଲା ଢେଙ୍କାନାଳ ଜଗଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’

  • Post category:ଓଡିଶା
  • Reading time:1 mins read

ଏଏନଏସ: ସରିଲା ଢେଙ୍କାନାଳ ଜଗଲକ୍ଷ୍ମୀ ପୂଜା। ଆଜି ମେଲାଣି ନେବେ ମା ଲକ୍ଷ୍ମୀ । ୧୧ଦିନର ପୂଜା ପରେ ଆଜି ମେଲାଣି ନେବେ ମାଆ । ଢେଙ୍କାନାଳର ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । 

ଅନ୍ୟପଟେ ଆଜି ମାଆଙ୍କ ଭସାଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମିଳିତ ବଜାର ପୂଜା କମିଟିର ସହମତି କ୍ରମେ ଚଳିତ ବର୍ଷ ଭସାଣ ଉତ୍ସବରେ ଡିଜେ ନ ବଜାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ତଥା ରାଜ୍ୟ ବାହାର ବହୁ ପାରମ୍ପରିକ ବାଜା ଚଳିତ ବର୍ଷ ଭସାଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଶୃଙ୍ଖଳିତ ଭସାଣ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।