ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ ନିକଟରେ ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ପୋଷ୍ଟମାଷ୍ଟରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ନିକଟସ୍ଥ ନଦୀରୁ ଶୌଚ ହୋଇ ଫେରୁଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ଅତର୍କିତ ଭାବେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏହାଫଳରେ ପୋଷ୍ଟମାଷ୍ଟରଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ପରିବାର ପକ୍ଷରୁ ଲରମ୍ଭା ଥାନାରେ ଏକ ଅଭିଯୋଗ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଆକ୍ରମଣ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟ ପଟେ ପୂର୍ବ ଶତୃତାକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି