You are currently viewing ବନ୍ୟା ପରିସ୍ଥିତିରେ ଅସହାୟଙ୍କୁ ସାହା

ବନ୍ୟା ପରିସ୍ଥିତିରେ ଅସହାୟଙ୍କୁ ସାହା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ଲଘୁଚାପ ବର୍ଷା କାରଣରୁ ସୃଷ୍ଟି ହୋଇଥିଲା ବନ୍ୟା । ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା । କେଉଁଠି ଲୋକମାନେ ଖାଇବାକୁ ପାଉନଥିଲେ ତ ଆଉ କେଉଁ ସ୍ଥାନରେ ନିଜର ପ୍ରିୟଜନଙ୍କ ସହିତ ଅଲଗା ଜାଗାକୁ ସ୍ଥାନାନ୍ତର ହେଉଥିଲେ ।

ଭୋକ ଉପାଷରେ ଦିନ କାଟୁଥିବା ଲୋକଙ୍କ ମୁହଁରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଆସିଛି ‘ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ’ । ନିକଟରେ “ପ୍ଳାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ” ଓ “ବ୍ରଦର ହୁଡ଼୍ ଗ୍ଲୋବାଲ ଫାଉଣ୍ଡେସନ”ର ମିଳିତ ସହଯୋଗରେ ଯାଜପୁର ସ୍ଥିତ ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟାଘେରରେ ଫଶି ରହିଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

ତା’ସହିତ “ପ୍ଳାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ” ତରଫରୁ କଣାସ, ଓ ବାଙ୍କୀ ଅଞ୍ଚଳରେ ମଧ୍ୟ ବନ୍ୟା ପିଡ଼ୀତଙ୍କୁ ସହାୟତା ଦିଆଯାଇଥିଲା । ସଂସ୍ଥାର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।