You are currently viewing ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି ଉଠାଇନେଲା ବନବିଭାଗ; ୪ ଦିନହେଲା ମିଳୁନି ପତ୍ତା

ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି ଉଠାଇନେଲା ବନବିଭାଗ; ୪ ଦିନହେଲା ମିଳୁନି ପତ୍ତା

ରଣପୁର, (ସୁକାନ୍ତ ଡାକୁଆ); ଓଡିଶାରେ ସାପ ଧରାଳି ଓ ପାଶୁପ୍ରେମୀ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମର ୫୫ ବର୍ଷୀୟ ବୃଦ୍ଧା ପ୍ରମିଳା ଦାସଙ୍କ ପୁଅ ଅଜୟ କୁମାର ଦାସ(୩୮) । ଅଜୟଙ୍କ ବୃତ୍ତିରେ ଜଣେ ଚିତ୍ରକାର ହୋଇଥିଲେ ମଧ୍ୟ ସମାଜ ସେବା ନିଶାରେ ସାପ ଧରି ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସାପ ଧରିବାକୁ ପେଶା ଭାବେ ଆଦରି ନେଇଛନ୍ତି । ରାତି ନାହିଁ ଦିନ ନାହିଁ ଯିଏ ଯେତେବେଳେ ଯେଉଁଠି ଫୋନ କଲେ ମାତ୍ରେ ଅଜୟ ଯାଇ ପହଞ୍ଚନ୍ତି ଘଟଣା ସ୍ଥଳରେ । ଆଉ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯାଆନ୍ତି, ତାହା ପୁଣି ବିନା ପାରିଶ୍ରମିକରେ। କିନ୍ତୁ ଗତ ୬ ତାରିଖ ରାତି ୧ ଟା ସମୟରେ ରଣପୁର ବନ ବିଭାଗ ଅଜୟଙ୍କ ଗ୍ରାମରେ ପଂହଁଚି ଅଜୟଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଘରୁ ଉଠାଇ ନେଇଥିବା ଅଜୟଙ୍କ ମାଆ ପ୍ରମିଳା ଆଜି ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା, ରଣପୁର ଜାମୁଗଣ୍ଡରେ ଚଢ଼ାଉ କରି ଏସଟିଫ ଦୁଇଟି ବାଘଛାଲ ଜବତ କରିଥିଲା ଏହି ବାଘଛାଲ ଜବତ ଘଟଣାରେ ଅଜୟ କୁଆଡେ ଏସଟିଫକୁ ବାଘଛାଲ ଜବତ ଘଟଣାରେ ସାହାଯ୍ୟ କରିଥିଲେ।

ସେଥିରେ ବନବିଭାଗ ରାଗିଯାଇ ତାଙ୍କୁ ଜବର ଦସ୍ତ ଘରୁ ଉଠେଇ ନେଇଛନ୍ତି । ଅଜୟଙ୍କ ମାଆ ବନ ବିଭାଗ କାର୍ଯ୍ୟାଳୟକୁ ଯାଇ ତାଙ୍କ ପୁଅଙ୍କ ବିଷୟରେ ପଚାରିବାରୁ ସେମାନେ ଅଜୟଙ୍କ ବିଷୟରେ କିଛି ଜାଣି ନ ଥିବା କହିଥିଲେ ବୋଲି ମାଆ ପ୍ରମିଳା ଅଭିଯୋଗ କରିଛନ୍ତି । ଅଜୟଙ୍କ ସମାଜ ସେବା ତଥା ସାପ ଧରି ଲୋକଙ୍କୁ ସାହାଯ୍ୟ କରିବା ସହିତ ସାପଗୁଡିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିବା କାର୍ଯ୍ୟକୁ ବନ ବିଭାଗ ସହି ନପାରି ଅଜୟଙ୍କୁ ମିଥ୍ୟା କେସରେ ଫସାଇବା ପାଇଁ ବନ ବିଭାଗ ଚେଷ୍ଟା କରୁଛି ବୋଲି ଅଜୟଙ୍କ ମାଆ କହିଛନ୍ତି । ପୁଅର କିଛି ପତ୍ତା ନମିଳିବାରୁ ଶେଷରେ ବାଧ୍ୟ ହୋଇ ସେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ତାଙ୍କ ପୁଅକୁ ଖୋଜି ବାହାର କରିବାକୁ ନେହୁରା ହୋଇଛନ୍ତି । ଅଜୟଙ୍କ ସହିତ ଏହିଭଳି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଜୟଙ୍କ ମାଆ ପ୍ରମିଳା ଦାସ । ଏହି ଘଟଣା ନେଇ ରଣପୁର ରେଞ୍ଜରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।