You are currently viewing ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ଦିଆଯିବ ଜମି : ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ଦିଆଯିବ ଜମି : ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

  • Post category:ଓଡିଶା
  • Reading time:1 mins read

ଏଏନଏସ : ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ୍ ଜମି ଦିଆଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି , ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ୍ ଜମି ଦିଆଯିବା ସହିତ ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦିଆଯାଉଛି । ଏଥିସହ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରାଯାଉଛି ।

ତେବେ ସୂଚନା ମୁତାବକ ରାଜ୍ୟରେ ଯେଉଁମାନଙ୍କର ନିଜର ଘରବାଡି କି ଡିହ ନାହିଁ । ସେମାନଙ୍କୁ ସରକାରଙ୍କ ତରଫରୁ ଡିସେମ୍ବର ମାସ ସୁଦ୍ଧା ପଟ୍ଟା ପ୍ରଦାନ କରାଯିବା ନେଇ ଗତ କିଛିଦିନ ତଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।