ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ

କଣ୍ଟାବାଞ୍ଜି(ଏଏନଏସ)୦୧/୦୪,  ତୁରେକେଲା ଥାନା ମହନିଲହ ଗାଁ ପାଖ ବେଳବାଞ୍ଜି ଜଙ୍ଗଲ ଭିତରୁ ଉଦ୍ଧାର ହେଲା ନର କଙ୍କାଳ। ନର କଙ୍କାଳ କାହାର ତାହା ଜଣା ପଡ଼ିନାହିଁ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ଏସଡିପିଓ ଲକ୍ଷ୍ମୀନାରାୟନ ମାରାଣ୍ଡି ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ମହନୀଲହ ଗାଁରେ ଜଣେ ଛେଳି ଚରାଇବାକୁ ଜଙ୍ଗଳକୁ ଯାଇଥିବା ବେଳେ ସେ ନର କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ କରୁଛି । ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ପହଂଚି ଅଧିକ ତଦନ୍ତ କରିବେ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଗତ କିଛି ଦିନ ପୂର୍ବରୁ ରାମୁଡ଼ ଗାଁରେ ବୁଲାବୁଲି କରୁଥିବା ଜଣେ ମାନସିକ ବିକୃତିର ମହିଳା ନିଖୋଜ ରହିଥିଲେ। ତେବେ ସେହି ମହିଳାଙ୍କନର କଙ୍କାଳ ହୋଇଥିବା ସନ୍ଦେହ କରାଯାଉଛି ।ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଆଗେଇବ ବୋଲିକଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.