ଶନିବାର ବନ୍ଦ ରହିବ ସରକାରୀ ଅଫିସ!

ଭୁବନେଶ୍ୱର, ସେପ୍ଟେମ୍ବର ମାସରେ ପ୍ରତ୍ୟେକ ଶନିବାର ସରକାରୀ ଅଫିସ୍‌ ବନ୍ଦ ରହିବ। ଅଲଗା ଦିନରେ ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ଜଣାଇବେ। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ମାସକ ପାଇଁ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। ଗ୍ରୁପ୍‌-ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ୍‌ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। କିନ୍ତୁ ଏସ୍‌ଆର୍‌ସି, ଓସ୍‌ଡମା, ପୁଲିସ୍‌ ଥାନା, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ମହାନଗନର ନିଗମ ଅଫିସଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀ ଅଫିସ୍‌ ଆସିବେ। ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେସବୁ କର୍ମଚାରୀମାନେ ଘରୁ କାମ କରିପାରିବେ।

Leave A Reply

Your email address will not be published.