You are currently viewing ଆସିଲା ଫେବୃଆରୀ ମାସ ମାର୍ଗଦର୍ଶିକା

ଆସିଲା ଫେବୃଆରୀ ମାସ ମାର୍ଗଦର୍ଶିକା

ଭୁବନେଶ୍ୱର, ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନରେ କଟକଣାକୁ କୋହଳ କରାଯାଇଛି । ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ଗାଇଡ଼ଲାଇନ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ହେବ । ଫେବୃଆରୀ ୧ରୁ ଖୋଲିବା ଅଙ୍ଗନବାଡି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଇଞ୍ଜିନିଅରିଂ କଲେଜ ଖୋଲିବାକୁ ମଧ୍ୟ ନିଷ୍ପତି ନେଇପାରିବ ବୈଷୟିକ ଶିକ୍ଷା ବିଭାଗ । କେନ୍ଦ୍ର ଗାଇଡ଼ଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ । ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟନମେଣ୍ଟ ନିର୍ଦ୍ଧାରଣ କରିବେ । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ୫ ସହ ଲୋକଙ୍କୁ ସମାବେଶ ପାଇଁ ମିଳିବ ଅନୁମତି । ବିବାହ ଏବଂ ଶେଷକୃତ୍ୟ କାର୍ୟ୍ୟରେ ମଧ୍ୟ ସର୍ବାଧିକ ୫ସହଙ୍କୁ ଅନୁମତି ମିଳିବ । ଏସଓପି ମାନି ଖୋଲାଯିବ ସିନେମା ହଲ ଓ ଥିଏଟର । ଖୋଲା ପଡ଼ିଆର ଆକାର ଦେଖି ସମାଗମ ନିର୍ଦ୍ଧାରଣ କରାଯିବ । ସମାଗମରେ ମାସ୍କ,ସାନିଟାଇଜର, ସାମାଜିକ ଦୂରତା ରକ୍ଷା କରିବା ଏବଂ ଥର୍ମାଲ ସ୍କ୍ରିନିଙ୍ଗକୁ ବାଧ୍ୟତାମୂଳକ କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଯାତ୍ରା ଓ ଖୋଲା ମଂଚ ଚାଲିପାରିବ । ଏହା ସହ ବାହାରେ ଛେପ ପକାଇବାକୁ ପୂର୍ବ ପରି ବାରଣ କରାଯାଇଛି । ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡିବ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ , ଗୁଟଖା ଏବଂ ପାନ ସେବନକୁ ନିଶେଧ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।