You are currently viewing କେମିତି କରିବେ ଦୁର୍ଗାପୂଜା, ସେନେଇ ଜାରି ହେଲା ଗାଇଡ଼ଲାଇନ୍…

କେମିତି କରିବେ ଦୁର୍ଗାପୂଜା, ସେନେଇ ଜାରି ହେଲା ଗାଇଡ଼ଲାଇନ୍…

ଭୁବନେଶ୍ୱର, କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ଏବେ ବୃଦ୍ଧି ପାଇବାରେ ଲାଗିଛି । ତାରି ମଧ୍ୟରେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ତେବେ ଆଗକୁ ଆସୁଛି ଦୁର୍ଗାପୂଜା । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୂଜା ପାଇଁ ଗାଇଡ଼ ଲାଇନ ଜାରି ହୋଇଛି । ଏହା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଜାରି ହୋଇଛି । ଯେଉଁମାନେ ପୂଜା କରିବେ ଅନୁମତି ନେଇ ନିରାଡ଼ମ୍ବର ସହ ପୂଜା କରିବେ । ଜିଲ୍ଲାଗୁଡ଼ିକରେ ଜିଲ୍ଳାପାଳ ଓ ଟ୍ୱିନ ସିଟିରେ କମିଶନରଙ୍କ ଅନୁମତି ନେବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ୪ଫୁଟ ଉଚ୍ଚତା ଭିତରେ ମୂର୍ତ୍ତି ନିର୍ମାଣ କରିବେ । ପୂଜା ପେଣ୍ଡାଲ ୩ପଟୁ ବନ୍ଦ ରହିବ ଓ କୌଣସି ଭକ୍ତ ଦର୍ଶନ କରିପାରିବେ ନାହିଁ । ପେଣ୍ଡାଲରେ କର୍ତ୍ତାଙ୍କୁ ନେଇ ୭ଜଣରୁ ଅଧିକ ରହିପାରିବେ ନାହିଁ । ଏହାସହ କୋଭିଡ଼ ନିୟମ ମାନି ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବେ । ଏହାସହ ମଣ୍ଡପରେ ମ୍ୟୁଜିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ । ସେହିପରି ଭସାଣୀ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।